ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍‌। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗ ବିହାର ଅଞ୍ଚଳରେ। ଆହତମାନଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନବରଙ୍ଗପୁରରୁ ‘ଜେକେ’ ନାମକ ଏକ ଯାତ୍ରୀବାହୀ ବସ୍‌ ଜୟପୁର ଚନ୍ଦାହାଣ୍ଡି ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ ସାମ୍ନାକୁ ଏକ ଗାଈ ପଶି ଆସିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ୍‌। ବସ୍‌ ତଳେ ୨ ଜଣ ଲୋକ ଚାପି ହୋଇ ପ୍ରାଣ ହରାଇଛନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଆହତ ଲୋକମାନଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୬ଟି ଆମ୍ଵୁଲାନ୍ସ ନିୟୋଜିତ ଅଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment