ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ। ଯାହାଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସେହି ଶିକ୍ଷୟିତ୍ରୀଙ୍କ ସାଥିରେ ଥିବା ଜଣ ଶିକ୍ଷକ ମଧ୍ୟ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।CGU new

ଯାଜପୁର ରୋଡ୍ ଥାନା ରାଛିପୁର ଛକରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଶିକ୍ଷୟିତ୍ରୀ ଜଣକ ତାଙ୍କର ଜଣେ ସାଥୀ ଶିକ୍ଷକଙ୍କ ସହ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ସେହିଠାରେ ହିଁ ଶିକ୍ଷୟିତ୍ରୀ ଜଣକ ପ୍ରାଣ ହରାଇଥିଲେ। ତାଙ୍କର ସାଙ୍ଗରେ ଥିବା ପୁରୁଷ ଶିକ୍ଷକ ଜଣକ ମଧ୍ୟ ଆକ୍ରମଣକାରୀ ଦ୍ୱାରା ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୃତ ଶିକ୍ଷୟିତ୍ରୀ ଜଣକ ସ୍ଥାନୀୟ ଏକ ସ୍କୁଲରେ ନିଯୁକ୍ତ ଥିବାବେଳେ ତାଙ୍କ ଉପରକୁ କାହିଁକି ଜଣେ ଦୁର୍ବୃତ୍ତ ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ଏଥିସହ ଆକ୍ରମଣ କରିଥିବା ଲୋକ ମଧ୍ୟ ଧରାପଡ଼ିନାହିଁ।

Comment