ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର। ରାଜ୍ୟର ୨୦ ଜିଲ୍ଲାରୁ ଆଉ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ କରୋନାରୁ ସୁସ୍ଥ ହୋଇଥିବା  ଲୋକଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।CGU new

ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ ରହିଛନ୍ତି। କଟକରୁ ୭୧, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୩୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ  ୨୫, ନବରଙ୍ଗପୁରରୁ ୨୪, ସମ୍ବଲପୁରରୁ ୨୨, ଖୋର୍ଦ୍ଧାରୁ ୧୫, ବାଲେଶ୍ୱରରୁ ୯, ବରଗଡ଼ରୁ ୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନୁଗୁଳ, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ମଧ୍ୟ ୫ ଜଣ ସୁସ୍ଥ ହୋଇଥିଲା ବେଳେ  ଜଗତସିଂହପୁର, ଓ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ, ବୌଦ୍ଧ,  କେନ୍ଦୁଝରରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

 

Comment