ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦୁଇଦିନ ମଧ୍ୟରେ କୋରାପୁଟ ଜିଲ୍ଲାରେ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଗତକାଲି ୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ ଅଛନ୍ତି।  ୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସରକାରୀ କ୍ୱାରେଣ୍ଟାଇନ, ୧୩ ହୋମ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୩୬ଟି ଲୋକାଲ କେସ୍‌ ରହିଛି। କେଉଁଠି ନା କେଉଁଠି ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ରହୁଛି, ଯାହା ସବୁଠୁ ବଡ଼ ଚିନ୍ତାର ବିଷୟ।CGU new

ସେପଟେ ଜୟପୁର ରେ ଥିବା ୧୫୦ ଶଯ୍ୟା ବିଶିଷ୍ଟ  କୋଭିଡ ଡାକ୍ତରଖାନାରେ ସୁଦ୍ଧା ୧୩୫ ଜଣ ଭର୍ତ୍ତି ହୋଇଛନ୍ତି। ବୋରିଗୁମ୍ମାରେ ସ୍ଥିତି ଗମ୍ଭୀର ଥିବାରୁ ଜାରି ରହିଥିବା ସଟଡାଉନ ଆଉ ତିନିଦିନ ପାଇଁ ବଢ଼ିଛି।

କୋରାପୁଟରେ ମୋଟ୍‌ ୧୮୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଛନ୍ତି।

Comment