ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ଆସନ୍ତାକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଗତକାଲି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହାର ଗୋଟିଏ ଦିନ ପରେ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।CGU newଚଳିତବର୍ଷ କିଛି ପରୀକ୍ଷା କରୋନା ଓ ଲକଡାଉନ୍ କାରଣରୁ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଏହି ବିଷୟରେ ହାରାହାରି ମୂଲ୍ୟାୟନ ହୋଇଥିବା ଜଣାପଡ଼ିଛି।

Comment