ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଏଣିକି ଘରୋଇ ଲ୍ୟାବ୍‌ରେ ହୋଇପାରିବ ଆଣ୍ଟିଜେନ୍‌ ପରୀକ୍ଷା। ଏଥିପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଆଇସିଏମ୍‌ଆର ପ୍ରୋଟୋକଲ ଅନୁସାରେ ଏହି ପରୀକ୍ଷା ହେବ। କରୋନା ହୋଇଛି କି ନାହିଁ ତାହା ପରୀକ୍ଷାର ଅଧଘଣ୍ଟା ଭିତରେ ଜଣାପଡ଼ିବ।

ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ପ୍ରତିଦିନ ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

CGU newଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଉପରେ ରାଜ୍ୟ ସରକାର ଜୋର୍‌ ଦେଉଛନ୍ତି। ଫଳରେ ଘରୋଇ ଲ୍ୟାବରେ ଆଣ୍ଟିଜେନ୍‌ ଟେଷ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Comment