ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖଯୋଡ଼ି ଜଙ୍ଗଲ ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଏକ ଭଙ୍ଗା ଦେଉଳ। ମନ୍ଦିର ନିର୍ମାଣ ଶୈଳୀରୁ ଏହା ବହୁ ପୁରାତନ ବୋଲି ମନେ ହେଉଛି। ତେଣୁ ମନ୍ଦିର ଉପରେ ଗବେଷଣା କରି ଏହାର ଐତିହ୍ୟ ଲୋକଲୋଚନକୁ ଆଣିବା ପାଇଁ ସାଧାରଣରେ ଦାବି କରାଯାଉଛି।ଶଙ୍ଖଯୋଡ଼ି ଜଙ୍ଗଲ ପରି ଏକ ଦୁର୍ଗମ ଅଞ୍ଚଳରେ ଥିବା ଏହି ମନ୍ଦିରର ନିର୍ମାଣ ଶୈଳୀ ଏବଂ କାରୁକାର୍ଯ୍ୟ ଦେଖଣାହାରୀଙ୍କ ମନକୁ ଆକୃଷ୍ଟ କରୁଛି। ମନ୍ଦିର କଡ଼ରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତିରୁ ଏହା ଏକ ଶିବ ମନ୍ଦିର ବୋଲି ଅନୁମାନ କରାଯାଉଛି।CGU newତେଣୁ ପ୍ରତ୍ନତତ୍ତ୍ଵ ବିଭାଗ ମନ୍ଦିର ସମ୍ପର୍କରେ ଅନୁସନ୍ଧାନ କଲେ ମନ୍ଦିରର ଐତିହ୍ୟ ବିଷୟରେ ଜଣାପଡ଼ନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

LEAVE A REPLY

Please enter your comment!
Please enter your name here