ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଚିକିତ୍ସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କୁ ଉଦଘାଟନ୍ କରିଛନ୍ତି। କଟକ ଏସସିବି ମେଡିକାଲର ବ୍ଲଡବ୍ୟାଙ୍କ ପରିସରରେ ଥିବା ଏହି ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାର କୌଣସି ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେ ନାହିଁ। ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ବିନା ମୂଲ୍ୟରେ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଯେଉଁ କରୋନା ରୋଗୀମାନେ ସୁସ୍ଥ ହେଉଛନ୍ତି ସେମାନେ ନିଜ ତରଫରୁ ପ୍ଲାଜମା ଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅପିଲ କରିଛନ୍ତି।CGU newଭୁବନେଶ୍ୱରର ସମ୍‌ ଓ କିମ୍‌ସ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍‌ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ। ଏଥିସହିତ କଟକର ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ପୂର୍ବରୁ ଘୋଷଣା ହୋଇସାରିଛି।

ଏହି ପ୍ଲାଜମା ଥେରାପି ଦ୍ୱାରା ଗୁରୁତର କରୋନା ରୋଗୀମାନେ ସୁସ୍ଥ ହୋଇପାରିବେ। କରୋନା ମୁକାବିଲା ଦିଗରେ ଏହା ବେଶ ସହାୟକ ହୋଇପାରିବ ବୋଲି କୁହାଯାଉଛି।

Comment