ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରୁ ଆଜି ଆଉ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣଙ୍କ ଭିତରେ ଅଛନ୍ତି ଭୀମଟାଙ୍ଗି ଭିମେଶ୍ୱର ମନ୍ଦିର ନିକଟରୁ ଜଣେ, ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତିରୁ ଦୁଇ ଜଣ, ଜୟଦେବ ବିହାରରୁ ୨ ଜଣ, ଜାଗମରାରୁ ଜଣେ, ବମିଖାଲ ସନ୍ତୋଷୀ ମା’ ମନ୍ଦିର ନିକଟରୁ ଜଣେ, ପଟିଆ ରେଳ ଷ୍ଟେସନ ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

CGU newସେହିପରି ସରକାରୀ ହସ୍ପିଟାଲରୁ ୩ ଜଣ ଥିବା ବେଳେ ନୟାପଲ୍ଲୀ ଆଇଆର୍‌ସି ଭିଲେଜରୁ ଜଣେ, ସାଲିଆସାହିରୁ ୨ ଜଣ, ଶ୍ୟାମପୁରରୁ ୨ ଜଣ, ସାଲିଆସାହି ନିକଟ ଏକାମ୍ର ବିହାରରୁ ଜଣେ, ଘାଟିକିଆରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ସାଲିଆ ସାହି ଶ୍ରୀରାମନଗରରୁ ଜଣେ, କେନ୍ଦ୍ରୀୟ ସରକାରୀ ହସ୍ପିଟାଲରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

୬୦ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here