ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୨୪ ଜଣ ରହିଛନ୍ତି। ଏହି ୧୨୪ ଜଣଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୫୨ଟି ଲୋକାଲ କେସ୍‌ ରହିଛି।CGU new

ଲକ୍ଷ୍ମୀବିହାର ବସ୍ତି, ଚିନ୍ତାମଣିଶ୍ୱର, ବୋମିଖାଲ, ସହିଦ ନଗର, ପଳସୁଣି, କଳିଙ୍ଗନଗର, ପଟିଆ, ଆଇଆରସି ଭିଲେଜ, ଓଲ୍ଡ ଟାଉନ ଆଦିରୁ ଲୋକାଲ କେସ ଆସୁଥିବାରୁ ଏହା ଚିନ୍ତା ବଢ଼ାଇଛି।

ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୦୪୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଏମାନଙ୍କ ମଧ୍ୟରୁ ୪୫୭ ଜଣ ସୁସ୍ଥ ହୋଇଥିଲା ବେଳେ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ଏବେ ସୁଦ୍ଧା ୫୭୪ଟି ଆକ୍ଟିଭ୍‌ କେସ୍‌ ରହିଛି।

Comment