ଓଡ଼ିଶାଲାଇଭ୍ ବ୍ୟୁରୋ

sunita yadav-1

ସୋସିଆଲ ମିଡିଆରେ ଭାଇରାଲ ହୋଉଛି ଲେଡି ଦବଙ୍ଗ ସୁନୀତା ଯାଦବଙ୍କ ସାହାସିକତାର ଭିଡିଓ। ଗୁଜୁରାଟରେ ଜଣେ ମନ୍ତ୍ରୀଙ୍କ ପୁଅଙ୍କୁ ଉଚିତ୍ ଶିକ୍ଷା ଶିଖାଇ ସେ ଏବେ ଚର୍ଚ୍ଚାରେ।

ରାତିରେ କର୍ଫ୍ୟୁ ସମୟରେ ନିୟମ ଉଲ୍ଲଘଂନ କରି ବିନା ମାସ୍କରେ ବୁଲୁଥିବା ଦଣେ ମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କ ସାଙ୍ଗଙ୍କୁ ଅଟକାଇଥିଲେ ସୁନୀତା। ମନ୍ତ୍ରୀଙ୍କ ପୁଅ ଜାଣିବା ପରେ ମଧ୍ୟ ସେ ନିଜ ଡ୍ୟୁଟିରୁ ଓହରି ଯାଇନଥିଲେ। ବଂର ମନ୍ତ୍ରୀଙ୍କ ପୁଅଙ୍କୁ ଖୁବ୍ ଜୋରସେ ଗାଳି କରୁଥିବାର ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା।

CGU new

ରାଜସ୍ଥାନ ସିକର ଜିଲ୍ଲାର ରାନୋଲିର ବାସିନ୍ଦା ହେଉଛନ୍ତି ସୋନାଲି। ପୋଲିସ୍ ବିଭାଗରେ ଏଲ୍.ଆର୍ ଭାବେ କାମ କରନ୍ତି। ଖୁବ୍ ନିର୍ଭୀକ ଭାବରେ ନିଜ ଡ୍ୟୁଟି କରିଥିବା ସୁନୀତାଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ ଜୋର୍ ଧରିଛି। ତେବେ ମନ୍ତ୍ରୀଙ୍କ ପୁଅକୁ ଅଟକାଇବା ପରେ ତାଙ୍କୁ ଟ୍ରାନ୍ସଫର ଏବଂ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦିଆଯାଇଥିଲା। ତେବେ ଏହି ଘଟଣା ପରେ ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ନିଜେ ଚାକିରିରୁ ଇସ୍ତଫା ଦେଇଛନ୍ତି ସୁନୀତା। ତେବେ ସେ ଆପିଏସ ଅଫିସର ହେବାକୁ ଚାହୁଁଥିବାରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ସୁନୀତା।

sunita yadav-2

ଏହି ଘଟଣା ପରେ ସୁନୀତା ମିଡିଆରେ କିଛି କହିବା ପାଇଁ ମନା କରିଛନ୍ତି। ଏକ ଲାଇଭ୍ ଭିଡିଓ ଜାରି କରି ସେ କହିଛନ୍ତି ଯେ ସେ ଖୁବ୍ ଅସୁସ୍ଥ ଅଛନ୍ତି ଏବଂ ଲୋକେ ଦେଖିଥିବା ଭିଡିଓ  ଘଟଣାର ମାତ୍ର ୧୦ ପ୍ରତିଶତ। ଆହୁରି ବହୁତ କିଛି ସେ କହିବାକୁ ଚାହୁଛନ୍ତି କିନ୍ତୁ ବର୍ତ୍ତମାନ ଅଫିସିଆଲ କାର୍ଯ୍ୟ କିଛି ଚାଲୁ ରହିଛି ତେଣୁ ସେ ଏସବୁ ବିଷୟରେ ଭଲଭାବରେ ପରେ ଆଲୋଚନା କରିବେ।

LEAVE A REPLY

Please enter your comment!
Please enter your name here