ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona worlwide

ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶ ଲକ୍ଷ ପାର କରିସାରିଛି। ବିଶ୍ୱରେ ଦଶ ଲକ୍ଷ କରୋନା ପଜିଟିଭ୍ କେସ ପାର କରିଥିବା ତୃତୀୟ ଦେଶ ହୋଇଛି ଭାରତ।

ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ କରୋନା ଆକ୍ରାନ୍ତଙ୍କ ସହ ପ୍ରଥମ ସ୍ଥାନରେ ରହିଛି ଆମେରିକା। ଆମେରିକାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ସେହିପରି ୨୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସହ ବ୍ରାଜିଲ୍ ରହିଛି ଦ୍ୱିତୀୟ ସ୍ଥାନରେ। ଏହା ପରେ ପରେ ଦଶ ଲକ୍ଷ ପଜିଟିଭ୍ କେସ ସହ ତୃତୀୟ ସ୍ଥାନରେ ରହିଛି ଭାରତ।

CGU new

ଭାରତରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ ହେବାକୁ ଲାଗିଛି। ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଅଧିକ କରୋନା ସଂକ୍ରମିତ ହୋଇଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨.୮୪ ଲକ୍ଷ ରହିଛି। ଏହାପରେ ତାମିଲନାଡ଼ୁରେ ଏହି ସଂଖ୍ୟା ୧.୫୬ ଲକ୍ଷ ଥିବାବେଳେ ଦିଲ୍ଲୀରେ ଏହା ୧.୧୮ ଲକ୍ଷ ରହିଛି।

କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଥିବା ରାଜ୍ୟ ହେଉଛି କର୍ଣ୍ଣାଟକ। ଏଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ରହିଛି ଏବଂ ଏହା ପଛରେ ୪୩ ହଜାର କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ପଞ୍ଚମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ। ସେହିପରି ତେଲଙ୍ଗାନାରେ ୪୧ ହଜାର ଆନ୍ଧ୍ର ପ୍ରଦେଶରେ ୩୮ ହଜାର, ପଶ୍ଚିମ ବଙ୍ଗରେ ୩୬ ହଜାର ଏବଂ ବିହାରରେ ୨୧ ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।

Comment