ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଟିବି ତଥା ଟ୍ୟୁବର କ୍ଲୋସିସ୍ ରୋଗ ପାଇଁ ବ୍ୟବହାର ହେଉଥିବା ମେଡିସିନ୍ ‘ବେସିଲସ୍ କେଲମେଟ୍ ଗୁଏରିନ୍’ ବା ‘ବିସିଜି’ କରୋନା ସଂକ୍ରମଣ କ୍ଷେତ୍ରରେ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଦିଲ୍ଲୀ ଜେଏନୟୁର ଜଣେ ଭାରତୀୟ ଅନୁସନ୍ଧାନକାରୀ ଏନେଇ ସୂଚନା ଜାରି କରିଛନ୍ତି।
ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଟିବି ମେଡିସିନ ତିଆରିରେ ବ୍ୟବହାର କରାଯାଉଥିବା ବିସିଜି ଷ୍ଟ୍ରେନ୍ କରୋନା ଭୁତାଣୁଠାରୁ ଶରୀରକୁ ସୁରକ୍ଷା ଦେଇଥାଏ। ଆମେରିକାର ହୋଇଥିବା ଏହାର ଦ୍ୱିତୀୟ ରିସର୍ଚ୍ଚରେ ମଧ୍ୟ ବିସିଜି ମେଡିସିନକୁ କରୋନା ପାଇଁ ପ୍ରଭାବଶାଳୀ ବୋଲି କୁହାଯାଇଛି।
ଜେନେୟୁର ସେଣ୍ଟର ଫର ମଲେକୁଲାର ମେଡିସିନର ଅଧ୍ୟକ୍ଷ ଗୋବରଧନ ଦାସଙ୍କ ଅନୁସାରେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ବିଦେଶରେ ଯେଉଁ ରୋଗୀମାନଙ୍କୁ ବିସିଡି ମେଡିସିନ ଦିଆଯାଇଥିଲା ସେମାନେ ଏହାକୁ ବ୍ୟବହାର କରିନଥିବା ରୋଗୀଙ୍କ ତୁଳନାରେ ଅଧିକ ସୁରକ୍ଷିତ ଅଛନ୍ତି। ଭାରତରେ ୧୯୪୯ ମସିହାରୁ ଏହାର ବ୍ୟବହାର ହୋଇଆସୁଛି। ତେବେ ବୟସ୍ତମାନଙ୍କ କ୍ଷେତ୍ରରେ ଏହା ଟିବିଠାରୁ ସୁରକ୍ଷା ପ୍ରଦାନ କରିପାରୁନଥିବାରୁ ବିଭିନ୍ନ ଦେଶ ଏହି ମେଡିସିନର ବ୍ୟବହାର ବନ୍ଦ କରିଦେଇଛନ୍ତି।















