ଓଡିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ପ୍ଲାଜମା ଥେରାପୀ ସଫଳ ହୋଇଛି। ରାଜ୍ୟରେ ଯେଉଁ କରୋନା ରୋଗୀଙ୍କ ଶରୀରରେ ପ୍ଲାଜମା ଥେରାପୀ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି।
ପୂର୍ବରୁ ୬ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ଥେରାପୀ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ସୂଚନା ମିଳିଛି।ସୁସ୍ଥ ହେଉଥିବା ୪ ଜଣ ଆକ୍ରାନ୍ତଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ। ବାକି ଦୁଇ ଜଣ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଶୀଘ୍ର ବିପଦମୁକ୍ତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।