ଓଡିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୧ ତାରିଖ ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ର ଯାଏଁ ସଟଡାଉନ୍ ଲାଗୁ ହେବ। ସଟଡାଉନ୍ ସମୟରେ ସକାଳ ୬ରୁ ଦିନ ୧ଟା ମଧ୍ୟରେ ଦୋକାନ ଖୋଲା ରହିବ। ତେବେ ଏହି ସମୟରେ କେବଳ କ୍ଷୀର, ପରିବା ଓ ଗ୍ରୋସେରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।CGU newନବରଙ୍ଗପୁରରୁ ବର୍ତ୍ତମାନ ସୁଦ୍ଧା ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।

Comment