ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona vaccine-1

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆସନ୍ତା ବୁଧବାରଠାରୁ ସମ୍ ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି କୋଭାକ୍ସିନର ମାନବ ପରୀକ୍ଷଣ। ଏନେଇ ସମ୍ ହସ୍ପିଟାଲ କତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି।

CGU new

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ଭାରତୀୟ ବାୟୋଟେକ କମ୍ପାନିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ପରୀକ୍ଷଣ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ଏହି ପରୀକ୍ଷଣ ହେବ। ପ୍ରଥମ ପର୍ଯ୍ୟାୟରେ ମଣିଷ ଶରୀରରେ ଏହା କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପକାଉଛି କି ନାହିଁ ସେନେଇ ଯାଞ୍ଚ କରାଯିବ।

corona vaccine

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ, କରୋନା ବିରୋଧରେ ଏହି ଟିକା କେତେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଅନୁସନ୍ଧାନକାରୀମାନେ ଯାଞ୍ଚ କରିବେ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ଏହା ସହ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୧୮୧୧୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୭ ହେଲାଣି।

LEAVE A REPLY

Please enter your comment!
Please enter your name here