ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ପାର୍‌ କଲା। ମଙ୍ଗଳବାର ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଛି।

୬ ଜଣ ମୃତକଙ୍କ ମଧ୍ୟରୁ ୫ ପୁରୁଷ ଓ ଜଣେ ମହିଳା ଅଛନ୍ତି। କେନ୍ଦ୍ରାପଡ଼ା ୬୩ ବର୍ଷୀୟ, ଗଜପତିର ୬୮ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେହିପରି ଜଗତସିଂପୁରର ୫୮, ଖୋର୍ଦ୍ଧାର ୭୫, ରାୟଗଡ଼ାର ୭୪ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ କଟକର ଏବଂ ତାଙ୍କ ବୟସ ୨୬ ବର୍ଷ।CGU new

ଅନ୍ୟପକ୍ଷରେ ଆଜି ପୁଣି ରାଜ୍ୟରେ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ  ୧୮ ହଜାର ୭୫୭ ଆକ୍ରାନ୍ତ ହୋଇଛନ୍ତି।

Comment