ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Coronavirus: Suspected patient at Gandhi hospital

କରୋନାର ଆତଙ୍କ ବର୍ତ୍ତମାନ ସବୁଠି। ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଥିମଧ୍ୟରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଏକ ଜେଲରେ ୬୪ ଜଣ କଏଦୀ କରୋନାର ଶିକାର ହୋଇଛନ୍ତି। ଏନେଇ ସେଠାକାର ଜେଲରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ତେବେ ଜେଲର କ୍ଷମତା ଅନୁସାରେ ଅଧିକ ସଂଖ୍ୟକ କଏଦୀ ରହୁଥିବାର ଅଭିଯୋଗ ଆସିଛି। ଅତିରିକ୍ତ ପୋଲିସ୍ ଅଧ୍ୟକ୍ଷା ଅମୃତ ମିଣା କହିଛନ୍ତି ଯେ ଉପ-କାରାଗାରରେ ଚାରି ଜଣ ନୂଆ କଏଦୀ ଆସିଥିଲେ ଯେଉଁମାନେ କରୋନା ପଜିଟିଭ୍ ଥିଲେ। ସେମାନଙ୍କଠାରୁ ସଂକ୍ରମଣ ହୋଇ ଅନ୍ୟ ୬୪ ଜଣ କଏଦୀ କରୋନା ପଜିଟିଭ୍ ବାହାରିଛନ୍ତି। ତେବେ ଉପ-କାରାଗାରରେ ୪୦ ଜଣ ରହିବା ସେଲରେ ୮୦ ଜଣ କଏଦୀଙ୍କୁ ରଖା ଯାଇଥିଲା। ଯାହା ଫଳରେ ସାମାଜିକ ଦୂରତା ରକ୍ଷା ନହେବା ସହ କରୋନା ଟେଷ୍ଟ ମଧ୍ୟ ହୋଇପାରିନଥିଲା। ତେଣୁ ଏହି ସଂକ୍ରମଣ ବ୍ୟାପି ଯାଇଥିଲା।

CGU new

ସଂକ୍ରମିତ ୬୪ ଜଣ କଏଦୀଙ୍କ ମଧ୍ୟରୁ ୪୦ ଜଣଙ୍କୁ ବିଦିଶା ମଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବାକି ୨୪ ଜଣଙ୍କୁ ରାୟସେନ ଜେଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ତେବେ ଜେଲକୁ ଆସୁଥିବା ଅପରାଧୀମାନଙ୍କର ପ୍ରଥମେ କରୋନା ଟେଷ୍ଟ ହେବ ଏବଂ ଏହାପରେ ତାକୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରେ କଏଦୀମାନଙ୍କୁ ସମ୍ପର୍କୀୟଙ୍କୁ ଦେଖା କରିବାର ଅନୁମତି ମଧ୍ୟ ଦିଆଯାଉନାହିଁ।

LEAVE A REPLY

Please enter your comment!
Please enter your name here