ଓଡିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୫ ଜଣଙ୍କ ଜୀବନ ନେଇଛି କରୋନା। ବୁଧବାର ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ୬୦ ଓ ୬୧ ବର୍ଷୀୟ ପୁରଷଙ୍କ ସମେତ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରେ ଆଜି ୩ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୬୨ ଛୁଇଁଛି।

ଗଜପତିର ୭୨ ବର୍ଷୀୟ ବୃଦ୍ଧ ଏବଂ କନ୍ଧମାଳର ୮୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।CGU newଆଜି ଗଞ୍ଜାମର ଜଣେ ଆକ୍ରାନ୍ତ ଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ଅଣକୋଭିଡ୍ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।

Comment