ଓଡିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ରେକର୍ଡସଂଖ୍ୟକ ୧୦୭୮ ପଜିଟିଭ୍
  • କ୍ଵାରେଣ୍ଟାଇନରୁ ୭୨୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ବୁଧବାର ସର୍ବାଧିକ ରେକର୍ଡସଂଖ୍ୟକ ୧୦୭୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୭୨୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୧୦ ଜଣ, ବରଗଡ଼ରୁ ୨୬ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୫୭ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୨୪ ଜଣ, ଜଗତସିଂହପୁରରୁ ୩୫ ଜଣ, ଯାଜପୁରରୁ ୨୦ ଜଣ, ଝାରସୁଗୁଡ଼ାରୁ ୩୪ ଜଣ, କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୧୫ ଜଣ, ମାଲକାନଗିରିରୁ ୬୬ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୯୬ ଜଣ, ସମ୍ବଲପୁରରୁ ୨୦ ଜଣ, ସୋନପୁରରୁ ୧୦ ଜଣ ଏବଂ ସୁନ୍ଦରଗଡ଼ରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।CGU newଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯,୮୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩,୩୦୯ ଜଣ ସୁସ୍ଥ ହୋଇଥିବା ବେଳେ ୬୩୮୭ଟି ଆକ୍ଟିଭ୍ କେସ୍ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment