ଓଡ଼ିଶାଲାଇଭ୍ ବ୍ୟୁରୋ

mohammad-abhimanyu

ଅସହାୟ ରୋଗୀଙ୍କ ସେବା ହେଉ ବା କୌଣସି ରୋଗୀର ଅନ୍ତିମ ସଂସ୍କାର, ସବୁଠି ଉପସ୍ଥିତ ଥାନ୍ତି କଟକର ଅଭିମନ୍ୟୁ ଦାସ। ସମସ୍ତଙ୍କୁ ସାହାଯ୍ୟ କରିବାକୁ ସେ ସବୁବେଳେ ଆଗଭର। ଏନେଇ ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ଟୁଇଟ କରି ବେଶ୍ ପ୍ରଶଂସା କରିଛନ୍ତି ଅଭିମନ୍ୟୁଙ୍କୁ।

CGU new

କଟକରେ ଜଣେ ବହି ବନ୍ଧାଳି ଭାବେ କାମ କରନ୍ତି ଅଭିମନ୍ୟୁ ଦାସ। କ୍ୟାନସର ରୋଗରେ ସେ ନିଜ ମାଆ ଏବଂ ପ୍ରିୟଜନଙ୍କୁ ହରାଇବା ପରେ ନିଜ ଜାବନକୁ କ୍ୟାନସର ରୋଗୀଙ୍କ ସେବାରେ ସମର୍ପିତ କରିଦେଇଛନ୍ତି।

Abhimanyu-1

ତେବେ କ୍ରିକେଟର ମହମ୍ମଦ କୈଫ୍ ଏକ ଟୁଇଟ କରି କହିଛନ୍ତି, “ଓଡ଼ିଶାର ଅଭିମନ୍ୟୁ ହେଉଛନ୍ତି ଜଣେ ବହି ବନ୍ଧାଳି ଯିଏ କ୍ୟାନସର ରୋଗରେ ନିଜ ମାଆ ଓ ପ୍ରିୟଜନଙ୍କୁ ହରାଇଛନ୍ତି। ନିସ୍ୱାର୍ଥପର ଭାବେ କ୍ୟାନସର ରୋଗୀଙ୍କ ଯତ୍ନ ନେବା, ନିରାଶ୍ରୟ ରୋଗୀଙ୍କ ଶବଦାହ କରିବା ତଥା ରୋଗୀଙ୍କ ଅନ୍ତିମ ସଂସ୍କାରରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ସେ। ମାନହ ସେବା ହିଁ ଇଶ୍ୱର ସେବା।”

abhimanyu-2

ଅନେକ ବର୍ଷ ଧରି ଅଭିମନ୍ୟୁ ଏହିପରି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଅସହାୟଙ୍କ ପାଇଁ ସାହରା ସାଜିଛନ୍ତି। ଏବେ କରୋନା ସମୟରେ ମଧ୍ୟ ନିସ୍ୱାର୍ଥପର ଭାବେ ସେ ରୋଗୀଙ୍କର ସେବା କରିଚାଲିଛନ୍ତି।

LEAVE A REPLY

Please enter your comment!
Please enter your name here