ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍ ଷ୍ଟାର ତଥା ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏପରି ସନ୍ଦେଶ ଦେଇଛନ୍ତି ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଅକ୍ଷୟଙ୍କ ଟ୍ୱିଟରେ ଉଲ୍ଲେଖ ଅଛି ‘ଅଜ୍ଞାତ ଏବଂ ଅପରିଚିତ’ କ୍ଷେତ୍ରରେ ପାଦ ଦେବାକୁ ଯାଉଛି। ଏହାକୁ ନେଇ ମୁଁ ବହୁତ ଉତ୍ସୁକ ଏବଂ ବିବ୍ରତ ହୋଇପଡ଼ିଛନ୍ତି।

ଖିଲାଡି କୁମାରଙ୍କ ଏହି ପଦ କଥା ସହ ସେ ରାଜନୀତିରେ ପାଦ ଥାପିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି। କିନ୍ତୁ କିଛି ଘଣ୍ଟା ପରେ ଅକ୍ଷୟ କୁମାର ଟ୍ୱିଟ୍‌ କରି ଏହାକୁ ଖଣ୍ଡନ କରିଛନ୍ତି। ମୋର ରାଜନୀତି ପ୍ରତି ଇଚ୍ଛା ନାହିଁ କି କୌଣସି ପ୍ରକାର ନିର୍ବାଚନ ଲଢ଼ିବାର ନାହିଁ ବୋଲି ଅକ୍ଷୟ କୁମାର କହିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଖିଲାଡି କୁମାରଙ୍କ ଟ୍ୱିଟର ରହସ୍ୟ ଉପରୁ ପରଦା ଉଠିନି। ଏହାକୁ ନେଇ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ରହସ୍ୟ ଜାରି ରହିଛି।

ଅକ୍ଷୟଙ୍କ ପୂର୍ବରୁ ସନ୍ନି ଦେୱଲ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଲାଗିଛି। ପଞ୍ଜାବ ଅମୃତସର ଆସନରୁ ନିର୍ବାଚନ ଲଢ଼ିପାରନ୍ତି ସନ୍ନି ଦେୱଲ। ଏନେଇ ଅମିତ ଶାହାଙ୍କ ସହିତ ସନ୍ନିଙ୍କ ବୈଠକ ଚାଲିଥିବାର ଏକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇସାରିଛି। ରାଜନୀତିରେ ବହୁ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ସାମିଲ ହୋଇ ନିର୍ବାଚନ ଲଢୁ଼ଥିଲାବେଳେ ଅକ୍ଷୟ କୁମାର ସାମିଲ ହେବା କୌଣସି ନୂଆ କଥା ହୋଇନପାରେ। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏହି ବଲିଉଡ୍ ଷ୍ଟାରଙ୍କ ଭଲ ସମ୍ପର୍କ ରହିଛି। ଏହାଛଡ଼ା ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ଅକ୍ଷୟ କୁମାରଙ୍କ ଯୋଗଦାନ ରହିଛି। ଏହାରି ଭିତରେ ଖିଲାଡି କୁମାରଙ୍କ ଟ୍ୱିଟ୍ ଆହୁରି ରୋଚକ କରିଛି।

Comment