ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଟ୍ଵିଟରରେ ଏଡିଟ କରିବାର ବିକଳ୍ପ ଉପଲବ୍ଧ ହେବ। ଏହି ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ଟ୍ୱିଟର। ପରୀକ୍ଷାମୂଳକ ଭାବେ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ନୂଆ ଫିଚର ଆରମ୍ଭ କରାଯାଇଛି। ଟ୍ଵିଟ କରି କମ୍ପାନି ଏନେଇ ସୂଚନା ଦେଇଛି। “ଆପଣ ଏଡିଟେଡ ଟ୍ୱିଟ ଦେଖିପାରିବେ, କାରଣ ଆମେ ଏଡିଟ ବଟନର ଟେଷ୍ଟିଂ ଆରମ୍ଭ କରିଛୁ।” ବୋଲି ଟ୍ଵିଟରେ ଉଲ୍ଲେଖ ରହିଛି।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ସୁବିଧା ପ୍ରଦାନ କରାଯିବ। ତେବେ କେବଳ ବ୍ଲୁ ଟିକ୍‌ ସବସ୍କ୍ରାଇବରମାନଙ୍କ ପାଇଁ ସୁବିଧା ଉପଲବ୍ଧ ହେବ। ସେହିପରି ଗ୍ରାହକମାନେ ଚାହିଁଲେ ଦେୟ ଦେଇ ଏହି ସୁବିଧା ପାଇପାରିବେ। ଅର୍ଥାତ୍ ଏଡିଟ ବଟନର ବିକଳ୍ପ ମାଗଣାରେ ଟ୍ୱିଟର ବ୍ୟବହାରକାରୀଙ୍କୁ ମିଳିବ ନାହିଁ। ଏଡିଟ୍ ବଟନ୍ ଆସିବା ସହିତ ପେଡ୍ ଗ୍ରାହକ ପୋଷ୍ଟ କରିବା ପରେ ସେମାନଙ୍କ ଟ୍ୱିଟରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବେ। ଏଡିଟ ବଟନ ଆସିଗଲେ ବ୍ୟବହାରକାରୀ ଯେକୌଣସି ଟ୍ୱିଟରେ ସଂଶୋଧନ କରିପାରିବେ। ଟ୍ୱିଟ ପୋଷ୍ଟ ହେବାର ୩୦ ମିନିଟ ମଧ୍ୟରେ ଏହାକୁ ଏଡିଟ କରାଯାଇ ପାରିବ। ଏଡିଟ ହୋଇଥିବା ଟ୍ୱିଟରେ ସ୍ୱତନ୍ତ୍ର ଆଇକନ ରହିବ। ଏହାଦ୍ୱାରା ପୋଷ୍ଟ ଏଡିଟ କରାଯାଇଛି ବୋଲି ସମସ୍ତେ ଜାଣିପାରିବେ।

Tags: #Twitter #Bluetick #EditPost #PaidUser #tweet #MicrobloggingPlatform #Newfeatureintwitter

Comment