ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏନେଇ ବୁଧବାର ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହାସହ ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ନିଜର କୋଭିଡ୍‌ ଟେଷ୍ଟ କରାଇବା ପାଇଁ ଇରାନୀ ପରାମର୍ଶ ଦେଇଛନ୍ତି।

ନିଜ ଟୁଇଟ୍‌ରେ ଇରାନୀ କହିଛନ୍ତି ଯେ ଏହିଭଳି ଘୋଷଣା ପାଇଁ ଶବ୍ଦ ଖୋଜିବା ମୋ’ ଲାଗି ବିରଳ। ତେଣୁ ଏଠାରେ ମୁଁ ନିଜକୁ ସାଧାରଣ ଭାବେ ରଖି କହୁଛି ଯେ ମୋର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଯେଉଁମାନେ ମୋ’ ସମ୍ପର୍କରେ ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ତୁରନ୍ତ ନିଜର କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ।

ଉଲ୍ଲେଖଯୋଗ୍ୟ, ସ୍ମୃତି ଇରାନୀ ବିହାର ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନରେ ସକ୍ରିୟ ରହିବା ସହ ଏନ୍‌ଡିଏ ମେଣ୍ଟ ପାଇଁ ବିହାର ଜନତାଙ୍କୁ ଭୋଟ୍‌ ମାଗୁଥିଲେ।

Comment