ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୋଟିଏ ଦିନରେ ରାଜ୍ୟରୁ ୧୨୧୬ କରୋନା ପଜିଟିଭ୍
  • ୧୦୫୭୮୭୬ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
  • ବର୍ତ୍ତମାନ ରାଜ୍ୟରେ ୩୯୮୧ଟି ଆକ୍ଟିଭ୍ କେସ୍

ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ବଢ଼ିବାରେ ଲାଗିଛି। ଏକାଥରକେ ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୨୧୬ ଜଣ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ଵାରେଣ୍ଟିନ୍‌ରୁ ୭୧୦ ଜଣ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୫୦୬। ସେହିପରି ୦ରୁ ୧୮ ବର୍ଷ ବର୍ଗ ମଧ୍ୟରେ ୧୮୭ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ଏନେଇ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୬୬ ଜଣ, ସମ୍ଵଲପୁରରୁ ୯୯ ଜଣ, କଟକରୁ ୮୦ ଜଣ ଏବଂ ଯାଜପୁରରୁ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ପଜିଟିଭ୍ ରହିଛନ୍ତି।ଆଜିର ନୂଆ ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ ମୋଟ୍ କୋଭିଡ୍ ସଂକ୍ରମଣ ୧୦ ଲକ୍ଷ ୫୭ ହଜାର ୮୭୬ରେ ପହଞ୍ଚିଛି। ସେଥିମଧ୍ୟରୁ ଏଯାବତ୍ ୧୦ ଲକ୍ଷ ୪୫ ହଜାର ୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୩,୯୮୧ଟି କରୋନାର ସକ୍ରିୟ କେସ୍ ରହିଛି।

Comment