ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି ଅଗ୍ନିଶମ କର୍ମଚାରୀ। ଗୁରୁବାର କଟକ ଏସ୍‌ସିବି ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି ୨ ଅଗ୍ନିଶମ କର୍ମଚାରୀ। ୨ କର୍ମଚାରୀ ଦାନ କରିଥିବା ପ୍ଲାଜମା ୪ ଜଣ କରୋନା ରୋଗୀଙ୍କ ପାଇଁ ବ୍ୟବହାର ହୋଇପାରିବ ବୋଲି ଜଣାପଡ଼ିଛି।CGU new

ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଦେବାକୁ ଆହ୍ୱାନ ଦେଇଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀ ଓ ଏନଡିଆରଏଫ୍‌ ଯବାନ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ। ଯବାନଙ୍କର ଏହି ପଦକ୍ଷେପକୁ ମୁଝ୍ୟମନ୍ତ୍ରୀ ପ୍ରଂଶସା କରିଥିଲେ।

ରାଜ୍ୟ ଅଗ୍ନିଶମ ବିଭାଗର ୧୯୨ କର୍ମଚାରୀ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କଠାରୁ ପ୍ଲାଜମା ନିଆଯାଇପାରିବ।

Comment