ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ପୁଣି ଥରେ କରୋନା ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୪୫ ହଜାରରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ପାର କରିଥିଲା ବେଳେ ପ୍ରାୟ ୩୦ ହଜାର ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି।CGU new

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୪ଲକ୍ଷ ୨୬ ହଜାର ୧୬୭ ମାମଲା ସକ୍ରିୟ ଥିବାବେଳେ ୭ ଲକ୍ଷ ୮୨ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ କରୋନାରେ ୨୯ ହଜାର ୮୬୧ ଲୋକ ପ୍ରାଣ ହରାଇଛନ୍ତି।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ। ଆମେରିକା ପ୍ରଥମ ସ୍ଥାନରେ ରହିଥିଲା ବେଳେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଭାରତରେ ମହାରାଷ୍ଟ୍ର କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାବେ ପ୍ରଥମ ସ୍ଥାନରେ ରହିଛି।

Comment