ଓଡିଶାଲାଇଭ୍ ବ୍ୟୁରୋ
କେଉଁ ଲୋକପ୍ରିୟ କଳାକାର କରୋନା ପଜିଟିଭ୍ ଜାଣନ୍ତୁ ଏହି ରିପୋର୍ଟରେ।
ସାରା ବିଶ୍ଵରେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଏଥିରୁ ବର୍ତ୍ତି ପାରିନାହାନ୍ତି ସେଲିବ୍ରିଟି। ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ଵେ ସେମାନେ କରୋନାର ବଶବର୍ତ୍ତୀ ହୋଇଛନ୍ତି। ଗତ କିଛି ଦିନ ହେବ ଅନେକ ଟିଭି କଳାକାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ଲୋକପ୍ରିୟ କଳାକାର ମଧ୍ୟ ରହିଛନ୍ତି। ଜାଣନ୍ତୁ କରୋନାରେ ସଂକ୍ରମିତ ହୋଇଥିବା ସେଭଳି କିଛି ଟିଭି କଳାକାରଙ୍କ ବିଷୟରେ…
‘କସୌଟି ଜିନ୍ଦେଗୀ-୨’ର ହିରୋ ପାର୍ଥ ସମଥାନ କରୋନା ପଜିଟିଭ୍ ବୋଲି ନିଜ ଇନଷ୍ଟାଗ୍ରାମ୍ରେ ସୂଚନା ଦେଇଥିଲେ। ତାଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଥିଲା। ଏହା ପରେ ସେ ନିଜର ଟେଷ୍ଟ କରାଇଥିଲେ। ପାର୍ଥ ଏବେ ହୋମ କ୍ଵାରେଣ୍ଟାଇନ୍ରେ ଅଛନ୍ତି। ପାର୍ଥ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଏହି ସିରିୟଲର ସୁଟିଂ ୩ ଦିନ ବନ୍ଦ ରହିଥିଲା। କାଷ୍ଟ ଏବଂ କ୍ର୍ୟୁ ମେମ୍ବରମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା। ଅଧିକାଂଶ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।
‘ଇସ୍କବାଜ’ର ନାୟିକା ଶ୍ରେନୁ ପାରିଖ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା। ତେବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ଏବେ କିଛି ଦିନ ହୋମ୍ କ୍ଵାରେଣ୍ଟାଇନରେ ରହିବେ ବୋଲି ଶ୍ରେନୁ କହିଛନ୍ତି।
‘ୟେ ରିସ୍ତା କ୍ୟା କେହଲାତା ହେ’ ଅଭିନେତ୍ରୀ ମୋହିନା କୁମାରୀ ସିଂ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ପରିବାରର କେତେକ ସଦସ୍ୟ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ହେବା ପରେ ମୋହିନା ଏବଂ ତାଙ୍କ ପରିବାର ସଦସ୍ୟମାନେ କରୋନାରୁ ମୁକ୍ତ ହୋଇଛନ୍ତି।
ଟେଲି ଅଭିନେତ୍ରୀ ଅଦିତି ଗୁପ୍ତା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିପାଇଁ ତାଙ୍କୁ ‘ଅନୁପମା’ ସିରିୟଲ ଛାଡ଼ିବାକୁ ପଡ଼ିଥିଲା। ହୋମ୍ କ୍ଵାରେଣ୍ଟାଇନରେ ରହି କରୋନା ସହ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ ଅଦିତି।
ତେଲୁଗୁ ଟିଭି ଅଭିନେତ୍ରୀ ନବ୍ୟା ସ୍ଵାମୀ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ନବ୍ୟା ନିଜ ଫ୍ୟାନ୍ମାନଙ୍କୁ କହିଥିଲେ ଯେ ସେ ଯୋଗ ପ୍ରାଣାୟମ କରୁଛନ୍ତି। ଯେତେବେଳେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା ସେତେବେଳେ ସେ ନିଜକୁ ଆଇସୋଲେଟ କରିନେଇଥିଲେ।
ତେଲୁଗୁ ଟିଭି ଆକ୍ଟର ରବି କ୍ରିଷ୍ଣା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ରବି ଜୁଲାଇ ୧୫ରେ ନିଜ ଇନଷ୍ଟାରେ ପୋଷ୍ଟ କରିଥିଲେ ଯେ ସେ କରୋନାରୁ ସୁସ୍ଥ ହୋଇସାରିଛନ୍ତି।
ତେଲୁଗୁ ଟିଭି ଆକ୍ଟର ଭରତ୍ଵାଜ ରଙ୍ଗଭଜ୍ଜୁଲା ଜୁଲାଇ ୧୨ରେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ସେଥିରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା କହିଥିଲେ। ଏବେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି।
କନ୍ନଡ଼ ଅଭିନେତ୍ରୀ ଐଶ୍ଵର୍ଯ୍ୟା ଅର୍ଜୁନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇନଷ୍ଟା ଷ୍ଟୋରୀରେ ସେ ଏ ବିଷୟରେ ସୂଚନା ଦେବା ସହ ବର୍ତ୍ତମାନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି ବୋଲି କହିଛନ୍ତି।













