ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବି ଦେଶରେ ରେକର୍ଡ ପାର କଲା କରୋନା ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୪୯ ହଜାର ୩୧୦ ଆକ୍ରାନ୍ତ  ଚିହ୍ନଟ ହୋଇଥିଲା ବେଳେ ୭୪୦ ଜଣଙ୍କର କରୋନାରେ ଜୀବନ ଯାଇଛି।

ଏହି ନୂଆ ମାମଲା ସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧କୁ ବୃଦ୍ଧି ଘଟିଛି।CGU new

ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୪ ଲକ୍ଷ ୪୦ ହଜାର ୧୩୫ ଥିଲା ବେଳେ ୮ ଲକ୍ଷ ୧୭ ହଜାର ୨୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଦ୍ୱାରା ପ୍ରଭାବିତ ତୃତୀୟ ସର୍ବାଧିକ ଦେଶ ସ୍ଥାନରେ ଭାରତର ରହିଛି। ପ୍ରଥମ ସ୍ଥାନରେ ଆମେରିକା ଥିଲା ବେଳେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି। ଭାରତରେ ମହାରାଷ୍ଟ୍ର କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ।

Comment