ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କର ମୃତ୍ୟୁ ଘଟିଛି। ମୃତକ ଯବାନ ହେଲେ ବାଲେଶ୍ୱରର ବହାନଗା ଅଞ୍ଚଳର ମାଝିପୁର ଗାଁର ପ୍ରଭାକର ଘଡ଼େଇଙ୍କ ପୁଅ କୈଳାସ ଘଡ଼ାଇ।

ଛତିଶଗଡ଼ରେ ଡ୍ୟୁଟି କରିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତ ଜୁଲାଇ ୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ଏଯାଏଁ ତାଙ୍କ ଗାଁକୁ ମରଶରୀର ଆସିପାରିନି।CGU new

ଅନ୍ୟପକ୍ଷରେ ବିଏସ୍‌ଏଫ୍‌ ଯବାନଙ୍କ ପତ୍ନୀ ମଧ୍ୟ ଛତିଶଗଡ଼ରେ ତାଙ୍କ ସହିତ ରହୁଥିଲେ। ସେ ବି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comment