ଓଡିଶାଲାଇଭ୍ ବ୍ୟୁରୋ
ଭାରତର ବଡ଼ ଔଷଧ ତିଆରି କମ୍ପାନି ସିପ୍ଲା ଆଣୁଛି କରୋନା ବଟିକା। ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଏନେଇ ମଞ୍ଜୁରି ପ୍ରଦାନ କରିଛନ୍ତି। ଅଳ୍ପରୁ ମଧ୍ୟମ ଧରଣର ରୋଗୀଙ୍କ ପାଇଁ ଏହି ବଟିକା ଦିଆଯିବ। ଏହି ବଟିକାର ନାମ ରଖାଯାଇଛି ସିପଲେନଜା। ପ୍ରତିଟି ବଟିକାର ଦାମ୍ ୬୮ ଟଙ୍କା। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏହା ବଜାରକୁ ଆସିବ।
ଯେଉଁମାନେ ସାମାନ୍ୟରୁ ମଧ୍ୟମ ଧରଣର କରୋନାରେ ପୀଡ଼ିତ ସେମାନଙ୍କ ଠାରେ ଏହି ବଟିକା ଭଲ କାମ କରିବ ବୋଲି ଜଣାପଡିଛି। ଏହା ଏକ ଓରାଲ ଆଣ୍ଟି ଭାଇରଲ ଡ୍ରଗ୍।
ସିପ୍ଲା ପକ୍ଷରୁ କୁହାଯାଇଛି ଯେ ଏହି ବଟିକା ମୁଖ୍ୟତଃ ହସ୍ପିଟାଲଗୁଡ଼ିକ ଜରିଆରେ ରୋଗୀଙ୍କୁ ସେବନ ପାଇଁ ଦିଆଯିବ। ଯେଉଁ ଅଞ୍ଚଳରେ କୋଭିଡ୍ର ପ୍ରଭାବ ବେଶି ସେହି ସବୁ ରାଜ୍ୟରେ ଏହି ବଟିକାକୁ ବ୍ୟାପକ ପରିମାଣରେ ଉପଲବ୍ଧ କରାଯିବ।













