ଓଡିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ଵରରୁ ସୋମବାର ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୧୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୧ ଜଣ ପଜିଟଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ବିଏମ୍‌ସିର ତାଜା ତଥ୍ୟ ଅନୁଯାୟୀ, ଆଜି ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଆଇଗିଣିଆ ଆଳୁଗଦିରୁ ଆଉ ୨୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୟୁନିଟ୍-୩ ଖାରବେଳ ନଗରରୁ ପୁଣି ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।

ସେହିପରି ସହିଦନଗରରୁ ୫ ଜଣ, ସାଲିଆସାହିରୁ ୫ ଜଣ, ପଳାଶୁଣିରୁ ୪ ଜଣ, ଗଙ୍ଗନଗରରୁ ୩ ଜଣ ଓ ଶୈଳଶ୍ରୀବିହାରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧୧୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।

Comment