ଓଡିଶାଲାଇଭ୍ ବ୍ୟୁରୋcorona

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାହୁଁ ଚାହୁଁ ୨୫ ହଜାର ଟପିଛି। ରବିବାର ଦିନ ଏହି ସଂଖ୍ୟା ଥିଲା ୨୫୩୮୯। ତେଣେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା କରୋନା ୧୪୦ ଜଣଙ୍କ ମୁଣ୍ଡ ନେଇଥିବା ସରକାରୀ ହିସାବରୁ ଜଣାପଡ଼ିଛି।

ବିଗତ କିଛି ଦିନ ଧରି ଗୋଟିଏ କଥା ଦେଖାଯାଇଛି ଯେ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ହିଁ ଅଧିକ ପଜିଟିଭ ବାହାରୁଛନ୍ତି। ଲୋକାଲ୍ କଣ୍ଟାକ୍ଟ କେସ୍ ସଂଖ୍ୟା କମ୍ ହେଲେ ବି ଏହା ସରକାର ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଉଲ୍ଲେଖ କରାଯାଇପାରେ ଯେ ଜୁଲାଇ ୨୩ରୁ ୨୬ ଏହି ଚାରିଦିନ ମଧ୍ୟରେ ୫୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ଏପର୍ଯ୍ୟନ୍ତ ରାଜ୍ୟର କରୋନା ଚିତ୍ର ଯାହା ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପୀଡ଼ିତ। ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଗଞ୍ଜାମ ଆଗୁଆ ରହିଛି। ଗଞ୍ଜାମ ପଛକୁ ଅଛନ୍ତି ଖୋର୍ଦ୍ଧା, କେନ୍ଦୁଝର, ପୁରୀ, କଟକ ଓ ଗଜପତି। ତେବେ ଉଦ୍‌ବେଗର ବିଷୟ ହେଲା କରୋନା ଏବେ ସମସ୍ତ ୩୦ ଜିଲ୍ଲାକୁ ମାଡ଼ିଛି।ଓଡ଼ିଶାରେ ପ୍ରଥମ କରୋନା କେସ୍ ଘଟିଥିଲା ମାର୍ଚ୍ଚ ୧୫ ତାରିଖରେ। ମାର୍ଚ୍ଚ ୧୫ରୁ ଜୁନ ୨୧ ପାଖାପାଖି ସାଢ଼େ ତିନି ମାସ ମଧ୍ୟରେ ମାତ୍ର ୫ ହଜାର ଲୋକ ପଜିଟିଭ୍ ଥିବା ବେଳେ ଜୁନ ୨୨ ପରଠାରୁ ଏହା ଧାଇଁ ଧାଇଁ ବଢିଚାଲିଛି। ମାତ୍ର ଗୋଟିଏ ମାସ ଭିତରେ ୨୦ ହଜାର ମାମଲା ସାମ୍ନାକୁ ଆସିବା ପରେ ସରକାରଙ୍କର ସବୁ ଗଣିତ ବିଗିଡ଼ିଯାଇଛି।

ଅବଶ୍ୟ ଗୋଟିଏ ଆଶ୍ୱାସନା ହେଉଛି ଏହି ଚାରି ମାସ ମଧ୍ୟରେ ପ୍ରାୟ ୧୬ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଣୁ ଦେଖିବାକୁ ଗଲେ ଆଜିର ଦିନରେ ମାତ୍ର ୧୦ ହଜାର ଲୋକ ହିଁ ଆକ୍ରାନ୍ତ ଅଛନ୍ତି। ଅପରପକ୍ଷରେ କରୋନା ପରୀକ୍ଷା ମଧ୍ୟ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା ହୋଇଛି। କିନ୍ତୁ ସର୍ବଭାରତୀୟ ସ୍ତରରେ ଏହି ସାମ୍ପୂଲ ଟେଷ୍ଟ ଯଥେଷ୍ଟ କମ୍।

Comment