ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟରେ ୩ ପୌରାଞ୍ଚଳ, ଗୋଟିଏ ଏନ୍‌ଏସି, ୩ ଟି ପଞ୍ଚାୟତରେ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ୩୧ ତାରିଖ ମଧ୍ୟରାତ୍ର ଯାଏଁ ଲକଡାଉନ୍‌ ବଢ଼ିଛି।

ଲକଡାଉନ ଅବଧି ବଢ଼ିଥିବା ୩ ପୌରାଞ୍ଚଳ ମଧ୍ୟରେ ରହିଛି କୋରାପୁଟ, ଜୟପୁର, ସୁନାବେଡ଼ା। ସେହିପରି କୋଟପାଡ଼ ଏନ୍‌ଏସି, ୩ ପଞ୍ଚାୟତ ଯଥା ଲକ୍ଷ୍ମୀପୁର, ମାଥାଲପୁଟ, ଚାରଙ୍ଗୁଲରେ ଲକଡାଉନ ବଢ଼ିଛି।

ପୂର୍ବରୁ ଜୁଲାଇ ୨୦ ରୁ ୨୭ ତାରିଖ ମଧ୍ୟରାତ୍ର ଯାଏଁ ଲକଡାଉନ ଘୋଷଣା କରାଯାଇଥିଲା। ଆଜି ଅବଧି ସରୁଥିଲା ବେଳେ ପୁଣି ଲକଡାଉନ ବୃଦ୍ଧି କରାଯାଇଛି।

Comment