ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରେଜଲ୍ଟର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଏକ ପ୍ରେସ ରିଲିଜ ଜରିଆରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସକାଳ ୯ଟାରେ ଭିଡିଓ କନଫରେନସିଂ ଜରିଆରେ ରେଜଲ୍ଟ ବାହାରିବ। ଦିନ ସାଢ଼େ ୧୧ଟାରୁ ବୋର୍ଡର ୨ ଓ୍ୱେବସାଇଟ www.bseodisha.ac.in / www.bseodisha.nic.inକୁ ଯାଇ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ସେହିପରି 5676750ରେ ଏସ୍ଏମ୍ଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଦେଖିପାରିବେ।
କରୋନାକୁ ଦୃଷ୍ଟିରେ ରଖି ରେଜଲ୍ଟ ବାହାରିବା ଦିନ କିଭଳି ବୋର୍ଡ ଅଫିସ ସାମ୍ନାରେ ଗହଳି ନହେବ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ଏ ବର୍ଷ ବୋର୍ଡ଼ ପରୀକ୍ଷାରେ ୫ ଲକ୍ଷ ୩୪ ହଜାର ପିଲା ବସିଥିଲେ। କରୋନା ମହାମାରୀ ଏବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଉପରେ କୈଣସି ପ୍ରଭାବ ପକାଇନଥିଲା। କିନ୍ତୁ ଉତ୍ତର ଖାତା ମୂଲ୍ୟାୟନରେ ବିଳମ୍ବ ଯୋଗୁଁ ଫଳ ପ୍ରକାଶ ପାଇବାରେ ବି ବିଳମ୍ବ ହୋଇଥିଲା। ତେବେ ଜୁନ ମାସରେ ବୋର୍ଡ଼ ପକ୍ଷରୁ ଖାତା ଦେଖା କାମ ଶେଷ କରାଯାଇଥିଲା।

















