ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଉଛି। ନୂଆକରି ଆସୁଥିବା ବ୍ୟକ୍ତିଙ୍କ ପ୍ରଥମେ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ନୂଆ କରି ଆସୁଥିବା ବ୍ୟକ୍ତିଙ୍କ ପ୍ରଥମେ ଟେଷ୍ଟ ହେବ, ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ୍‌ ସାର୍ଟିଫିକେଟ ଥିବ ସେମାନଙ୍କ ରହିବାକୁ ଅନୁମତି ମିଳିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ।

ରିପୋର୍ଟ ନଆସିବା ଯାଏଁ ସେମାନଙ୍କୁ କୋଭିଡ କେୟାର ହୋମ୍‌ରେ ରଖିବାକୁ ବ୍ୟବସ୍ଥା କରିବାକୁ ଚିଠିରେ ଲେଖାଯାଇଛି।

Comment