ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡି ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଆନ୍ତର୍ଜାତିକ ସମ୍ମିଳନୀର ବିଷୟବସ୍ତୁ ଥିଲା ‘ରିସେଣ୍ଟ ଆଡଭାନ୍ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ’।

ଏହି ସମ୍ମିଳନୀରେ ଉଭୟ ଶିକ୍ଷା ଏବଂ ଶିଳ୍ପ ଜଗତର ଗବେଷକଙ୍କ ପକ୍ଷରୁ ୧୬୭ଟି ଗବେଷଣା ପତ୍ର, ତଥ୍ୟ ଏବଂ ଆବେଦନପତ୍ର ପ୍ରଦାନ କରାଯାଇଥିଲା।

ସମ୍ମିଳନୀରେ ଭାଗ ନେଇଥିବା ଅତିଥିମାନେ ନବୀକରଣ ଶକ୍ତି ସହିତ ଥର୍ମାଲ ଇଞ୍ଜିନିୟରିଂ, ମାନୁଫ୍ୟାକ୍ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ଶିକ୍ଷା ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନେ କିଭଳି ଏ ଦିଗରେ ଅଧିକ ଲାଭ ଉଠାଇପାରିବେ ତାହା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା। ଶକ୍ତି ଗବେଷଣା କ୍ଷେତ୍ରର ନୂତନ ଦିଗ ସମ୍ପର୍କରେ ଆମେରିକା ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଏସ୍.ଏ. ସେରିଫ ମତବ୍ୟକ୍ତ କରିଥିବା ବେଳେ ଇଟାଲିର ପ୍ରଫେସର ଇ. ଗଲୋନୀ ୱେଷ୍ଟ ହିଟ୍ ରିକଭରୀ’ ସମ୍ପର୍କରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here