ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୋମବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳିତ ହୋଇଯାଇଛି।

ଭୁବନେଶ୍ୱର ଉପକଣ୍ଠ ଛତାବର, ମେଣ୍ଢାଶାଳ, ଅନ୍ଧାରୁଆ, ଭୋଳା ଓ କାଟେଣି ଗ୍ରାମରେ ଏହି ଦିବସ ପାଳିତ ହୋଇଛି। ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ଡକ୍ଟର ପ୍ରଣୟ ରାୟ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ମାନସ ପଟେଲ, କୁମାର ସମ୍ଭବ ଗିରି, ଡକ୍ଟର ରାମ ପ୍ରସାଦ ନନ୍ଦୀଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମୃତ୍ତିକାର ସ୍ୱାସ୍ଥ୍ୟ ଓ ଫସଲ ଅମଳ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଉପରେ ବିଷଦ ଆଲୋଚନା କରିଥିଲେ। ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟ ହିଁ ଅଧିକ ଅମଳର ଭିତ୍ତିଭୂମି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଗାଁର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ମୃତ୍ତିକା ଦିବସ ସଚେତନତା କାର୍ଯ୍ୟକ୍ରମ ‘ରାୱେ’ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ସମାରୋହରେ ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ବିଜୟ କୁମାର ସାହୁ, ସହକାରୀ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ରାୱେର ସଂଯୋଜକ ଡକ୍ଟର ଅଂଶୁମାନ ଜେନା ମଧ୍ୟ ଯୋଗ ଦେଇ କୃଷକମାନଙ୍କୁ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବା ଉଚିତ ବୋଲି କହିଥିଲେ। ଡକ୍ଟର ଭୁବନାନନ୍ଦ ଅଧିକାରୀ, ଅଧ୍ୟାପକ ଦୀପ୍ତନୁ ଦତ୍ତ ଓ ଡକ୍ଟର ସବ୍ୟସାଚୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Tags: #WorldSoilDay #SoaUniversity #InstituteOfAgriculturalSciences #SaveSoil #Odisha

Comment