ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କର ବାମପଟ କିଡନୀ ଉପରେ ଥିବା ଗ୍ରନ୍ଥିରୁ ୬ସେଣ୍ଟିମିଟର ଆକୃତିର ଏକ ଟ୍ୟୁମରକୁ କାଢ଼ିବାରେ ସଫଳ ହୋଇଛନ୍ତି ହସ୍ପିଟାଲର ଶଲ୍ୟ ଚିକିତ୍ସକ।

ପଶ୍ଚିମବଙ୍ଗ ଖଡଗପୁର ଅଞ୍ଚଳର ସଞ୍ଜୀବ ସିଂ ନାମକ ଜଣେ ବ୍ୟକ୍ତିଙ୍କର ତଳି ପେଟରେ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ କରିବାପରେ ତାଙ୍କର କିଡନୀ ଉପରେ ଥିବା ଗ୍ରନ୍ଥିରେ ଟ୍ୟୁମର ଥିବା ଜଣାପଡ଼ିଥିଲା।ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ୱରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ରୋଗୀ ଜଣଙ୍କ ଏବେ ସୁସ୍ଥ ଥିବାବେଳେ ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି।

ସର୍ଜରୀ କରିଥିବା ଟିମ୍‌ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଡ୍ଡିି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ଥିଲେ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

Comment