ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

  • ୨୪ ଘଣ୍ଟାରେ ୭୬୮ ଆକ୍ରାନ୍ତଙ୍କର ମୃତ୍ୟୁ
  • ମୋଟ ମୃତ୍ୟୁସଂଖ୍ୟା ୩୪,୧୯୩କୁ ବୃଦ୍ଧି
  • ବର୍ତ୍ତମାନ ସୁଦ୍ଧା ୯,୮୮,୦୨୯ ଜଣ ସୁସ୍ଥ ଏବଂ ୫,୦୯,୪୪୭ଟି ଆକ୍ଟିଭ୍ କେସ୍

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେଉଛି। ପ୍ରତିଦିନ ହଜାର ହଜାର କରୋନା କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୪ ହଜାର ଟପିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୭୬୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୪,୧୯୩କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୯,୮୮,୦୨୯ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୯,୪୪୭ଟି ଆକ୍ଟିଭ୍ କେସ୍ ରହିଛି।

Comment