ଓଡିଶାଲାଇଭ୍ କରୋନା ବ୍ୟୁରୋcorona worlwide

କରୋନା ଭୂତାଣୁ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ହଜାର ହଜାର ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବୁଧବାର ସୁଦ୍ଧା ବିଶ୍ଵରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୬୦ ହଜାର ପାର୍ କରିଛି। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

ଡବ୍ଲ୍ୟୁଏଚ୍‌ଓର ତାଜା ତଥ୍ୟ ଅନୁଯାୟୀ, ବିଶ୍ଵର ମୋଟ ୨୧୩ ଦେଶକୁ କରୋନା ମହାମାରୀ ବ୍ୟାପିଛି। ବିଶ୍ଵରେ ବର୍ତ୍ତମାନ ସୁଦ୍ଧା ୬,୬୨,୪୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଏଥିସହ ସାରା ବିଶ୍ଵରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୮,୮୩,୭୭୯ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୦୪,୫୦,୯୩୧ ଜଣ ସୁସ୍ଥ ହୋଇଛନ୍ତି।

Comment