ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

  • ଦିନକରେ ୧୨୦୩ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୭୫୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ହେଲାଣି। ଗୁରୁବାର ପୁଣି ୧୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୭୫୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୦ ଜଣ ପଜିଟିଭ୍ ଅଛନ୍ତି। ସେହିପରି କଟକରୁ ୯୭ ଜଣ, ସୁନ୍ଦରଗଡ଼ରୁ ୭୪ ଜଣ, ଗଜପତିରୁ ୭୨ ଜଣ, କୋରାପୁଟରୁ ୬୬ ଜଣ, ମାଲକାନଗିରିରୁ ୬୫ ଜଣ, ଭଦ୍ରକରୁ ୫୩ ଜଣ, ଯାଜପୁରରୁ ୪୬ ଜଣ, ରାୟଗଡ଼ାରୁ ୪୫ ଜଣ, ସମ୍ବଲପୁରରୁ ୪୦ ଜଣ, ନୟାଗଡ଼ରୁ ୨୪ ଜଣ, ବାଲେଶ୍ଵରରୁ ୨୦ ଜଣ, ମୟୂରଭଞ୍ଜରୁ ୧୬ ଜଣ, ଅନୁଗୁଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, କନ୍ଧମାଳରୁ ୧୪ ଜଣ, ବରଗଡ଼ରୁ ୧୨ ଜଣ, କେନ୍ଦୁଝରରୁ ୧୧ ଜଣ, ପୁରୀରୁ ୯ ଜଣ, ଦେଓଗଡ଼ରୁ ୮ ଜଣ, ଜଗତସିଂହପୁରରୁ ୮ ଜଣ, ବଲାଙ୍ଗିରରୁ ୬ ଜଣ, ସୋନପୁରରୁ ୪ ଜଣ, କଳାହାଣ୍ଡିରୁ ୪ ଜଣ, ନବରଙ୍ଗପୁରରୁ ୪ ଜଣ, ବୌଦ୍ଧରୁ ୩ ଜଣ ଓ ଢେଙ୍କାନାଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮,୯୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୨୩୫ ଜଣ ସକ୍ରିୟ ଅଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬୯ରେ ପହଞ୍ଚିଛି।

Comment