ଓଡିଶାଲାଇଭ୍ କରୋନା ବ୍ୟୁରୋcorona case-2

  • ଦିନକରେ ୭୭୫ ଆକ୍ରାନ୍ତ ମୃତ, ୩୪,୯୬୮ ଛୁଇଁଲା ମୃତ୍ୟୁସଂଖ୍ୟା
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୩,୭୯୨କୁ ବୃଦ୍ଧି
  • ୧୦,୨୦,୫୮୨ ଜଣ ସୁସ୍ଥ, ୫,୨୮,୨୪୨ଟି ଆକ୍ଟିଭ୍ କେସ୍

ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହ ଶହ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୩୪,୯୬୮କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୩,୭୯୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୨୮,୨୪୨ଟି ଆକ୍ଟିଭ୍ କେସ୍ ଥିବା ବେଳେ ୧୦,୨୦,୫୮୨ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧୪,୪୬୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୩୯୦୭ ଜଣ, ତାମିଲନାଡୁରେ ୩୭୪୧ ଜଣ ଏବଂ ଗୁଜରାଟରେ ୨୩୯୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment