ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ସହରରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ରୁ ୫୯ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୬ ଲୋକାଲ କେସ ରହିଛି। ଏନେଇ ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି।

ରସୁଲଗଡ଼, ବରମୁଣ୍ଡା, ଫରେଷ୍ଟ ପାର୍କ, ଆଇଆରସି ଭିଲେଜ, ଓଲ୍ଡ ଟାଉନ, ଚିନ୍ତାମଣିଶ୍ୱର, କଳିଙ୍ଗନଗର ଆଦି ସ୍ଥାନରୁ ଲୋକାଲ କେସ୍‌ ସାମ୍ନାକୁ ଆସିଛି।

ଭୁବନେଶ୍ୱରରେ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭ରେ ପହଁଚିଛି। ଏହାମଧ୍ୟରୁ ୧୩୩୯ଜଣ ସୁସ୍ଥ ହୋଇଥିଲା ବେଳେ ୧୫ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୨୫୧ଟି ସକ୍ରିୟ କେସ୍ ରହିଛି।

Comment