ଓଡ଼ିଶାଲାଇଭ୍ ବ୍ୟୁରୋ

press meet-2

ରାଜ୍ୟରେ କରୋନା ସ୍ଥିତିକୁ ନେଇ ଅନୁଷ୍ଠିତ ହୋଇଛି ରାଜ୍ୟ ସରକାରଙ୍କ ପ୍ରେସମିଟ୍। ଏହି ପ୍ରେସମିଟରେ ଏନଏଚଏମର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ରାଜ୍ୟରେ କରୋନା ସ୍ଥିତି ବିଷୟରେ ବିସୃତ ସୂଚନା ଦେଇଛନ୍ତି।

ଏହି ସୂଚନା ଅନୁଯାୟୀ ରାଜ୍ୟରେ କରୋନା ଟେଷ୍ଟ ବର୍ତ୍ତମାନ ୫ ଲକ୍ଷ ଟପିସାରିଛି। ଓଡ଼ିଶାର ୫୪ଟି ସ୍ଥାନରେ ଚାଲିଛି କରୋନା ଟେଷ୍ଟିଂ। ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ କହିଛନ୍ତି, “ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହା ସହ ଔଷଧ ଏବଂ ବେଡ ଯଥେଷ୍ଟ ପରିମାଣରେ ଥିବାରୁ ଓଡ଼ିଶାରେ ରୋଗୀଙ୍କ ସୁସ୍ଥ ହାର ମଧ୍ୟ ବଢ଼ିଛି। ତେଣୁ ସମସ୍ତେ ନିଶ୍ଚିତ ରୁହନ୍ତୁ।“

ଏହା ସହ ରାଜ୍ୟରେ ଯେତେ ଶୀଘ୍ର ରୋଗୀ ଚିହ୍ନଟ ହେବେ ସେତେ ଶୀଘ୍ର କରୋନା ମୁକାବିଲା ସମ୍ଭବ ହେବ ଏବଂ ସେହି ଅନୁସାରେ ସୁସ୍ଥହାରରେ ମଧ୍ୟ ଆହୁରି ସୁଧାର ଆସିବ ବୋଲି କହିଛନ୍ତି ଶାଲିନୀ ପଣ୍ଡିତ।

corona vaccine-1

ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା କମ ରହିଛି ବୋଲି କହିଛନ୍ତି ଶାଲିନୀ ପଣ୍ଡିତ। ଏହା ସହ କରୋନା ଟିକା ବାହାରିବା ମାତ୍ରେ ଓଡ଼ିଶା ସରକାର ତାହାକୁ ଖୁବ୍ ଶୀଘ୍ର ଉପଲବ୍ଧ କରାଇବେ ବୋଲି ମଧ୍ୟ କହିଛନ୍ତି। ତେବେ ସେପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ।

Comment