ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ୪୩ ଘଣ୍ଟା ସଟଡାଉନ ରହିବ ନବରଙ୍ଗପୁର ଜିଲ୍ଲା। ଅଗଷ୍ଟ ୧ ସକାଳ ୫ଟାରୁ ୨ ତାରିଖ ରାତି ୧୨ ଯାଏଁ ସଟଡାଉନ ରହିବ।

ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ଦେଲେ ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏମିତିକି ତେଜରାତି ଦୋକାନ, ପରିବା ଦୋକାନ, ଫଳ ଦୋକାନ ମଧ୍ୟ ବନ୍ଦ ରହିବ।

ନବରଙ୍ଗପୁରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ଆଉ ୩୩ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୮୦ରେ ଅଛି। ଏମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇଛନ୍ତି। ୯୪ ଆକ୍ଟିଭ କେସ ରହିଛି।

Comment