ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ। ଏହି ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ରହିଛନ୍ତି। ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୯୯ରେ ପହଞ୍ଚିଛି। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି ଘଟିଛି।
ଗଞ୍ଜାମ ମୃତକଙ୍କ ମଧ୍ୟରେ ୫୫, ୪୪, ୬୩, ୭୦ ବର୍ଷୀୟ ପୁରୁଷ ଥିଲା ବେଳେ ଜଣେ ୫୬ ବର୍ଷୀୟ ମହିଳା ରହିଛନ୍ତି।
ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହି ଭୁବନେଶ୍ୱର ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ବୟସ ୬୨ ବର୍ଷ ହୋଇଥିଲା ବେଳେ ଅନ୍ୟ ଜଣଙ୍କ ବୟସ ୭୨ ବର୍ଷ। ଅନ୍ୟ ଜଣେ ମୃତକ ୪୦ ବର୍ଷୀୟ ପୁରୁଷ।
ସୁନ୍ଦରଗଡ଼ର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ଗଜପତିରୁ ଜଣେ ୪୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି।