ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭାଇରସ। ଏହି ଭାଇରସ ହେଲେ 19A. 19B, 20A, 20B , 20C।

ବତ୍ତର୍ମାନ ଯାଏଁ ପଜିଟିଭ ବ୍ୟକ୍ତିଙ୍କଠାରୁ ସବୁଠୁ ଅଧିକ 20A, 20B, ପ୍ରକାରର ଭାଇରସ ଚିହ୍ନଟ ହୋଇଛନ୍ତି। ଜେନୋମିକ ଷ୍ଟଡିରୁ ଏହା ଜଣାପଡ଼ିଛି। ଏନେଇ ଆର୍‌ଏମଆର୍‌ସି ଓ ଆଇଏଲଏସ୍‌ ସମ୍ବାଦିକ ସମ୍ମଳିନୀ କରି ସୂଚନା ଦେଇଛି।

ମାର୍ଚ୍ଚ ମାସରୁ ଜୁନ୍‌ ମାସ ଭିତରେ ଓଡ଼ିଶାରେ ୨୨୫ ସାମ୍ପୁଲ ସଂଗ୍ରହ କରାଯାଇ ଗବେଷଣା ହୋଇଛି। ଏହି ଗବେଷଣା ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ହୋଇଥିଲା। ଜୁଲାଇ ପରଠାରୁ ରାଜ୍ୟରେ ସଂକ୍ରମଣ ନେଇ ପୁଣିଥରେ ଷ୍ଟଡି କରାଯିବ ବୋଲି ଜଣାପଡ଼ିଛି।

Comment