ଓଡ଼ିଶାଲାଇଭ୍‌ ବ୍ୟୁରୋ

corona case-2

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ପୁଣି ରେକର୍ଡ ସଂଖ୍ୟକ ୧୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୯୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୬୦୯ ଲୋକାଲ କେସ ରହିଛି।

ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୦୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ  ୨୮୫, ରାୟଗଡ଼ାରୁ ୧୬୪,  ଗଜପତିରୁ ୧୦୮, ସୁନ୍ଦରଗଡ଼ରୁ ୬୨, କଟକରୁ  ୫୪,  ପୁରୀରୁ ୫୦, ଢେଙ୍କନାଳରୁ  ୪୯, କୋରାପୁଟରୁ ୪୬, କନ୍ଧମାଳରୁ  ୪୫, ଯାଜପୁରରୁ  ୪୪, ସମ୍ବଲପୁର ଓ ମୟୂରଭଞ୍ଜରୁ ୩୯ ଲେଖାଏଁ, ବଲାଙ୍ଗିରରୁ ୩୮, ନୟାଗଡ଼ରୁ ୩୩, କେନ୍ଦୁଝରରୁ ୩୧, କଳାହାଣ୍ଡି ଓ ମାଲକାନଗିରିରୁ  ୩୦ ଲେଖାଏଁ, ବାଲେଶ୍ୱରରୁ ୨୯, ଭଦ୍ରକରୁ ୨୦, ଜଗତସିଂହୁପୁରରୁ ୧୯, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୧୫ ଲେଖାଏଁ,  ବରଗଡ଼ରୁ ୧୩,  ବୌଦ୍ଧ ଓ ନବରଙ୍ଗପୁରରୁ ୯ ଲେଖାଏଁ, ଝାରସୁଗୁଡ଼ାରୁ ୭, ସୋନପୁରରୁ ୬, ନୂଆପଡ଼ାରୁ ୫,  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ ବୃଦ୍ଧି ଘଟିଛି। ଏଥରୁ ୨୦ ହଜାର ୫୧୭ ସୁସ୍ଥ ହୋଇଥିଲା ବେଳେ ୧୨ ହଜାର ୭୩୭ ଆକ୍ଟିଭ କେସ ରହିଛି।

Comment