ଓଡ଼ିଶାଲାଇଭ୍‌ ବ୍ୟୁରୋcorona death

ରାଜ୍ୟରେ କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୪ ଜଣ ଅଛନ୍ତି। ଫଳରେ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା  ୧୯୭ରେ ପହଞ୍ଚିଛି।

ଗଞ୍ଜାମର ୪ ମୃତକଙ୍କ ମଧ୍ୟରେ ୯୪ ବର୍ଷୀୟ, ୪୫ ବର୍ଷୀୟ ୨ ମହିଳା ଥିଲା ବେଳେ ୫୭ ବର୍ଷୀୟ ୨ ଜଣ ପୁରୁଷ ଅଛନ୍ତି।

ସେହିପରି ଖୋର୍ଦ୍ଧାରୁ ୩ ଜଣଙ୍କ ଜୀବନ ଯାିଛି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଭୁବନେଶ୍ୱରର ମୃତକ ହେଉଛନ୍ତି ଜଣେ ୭୮ ବର୍ଷୀୟ ମହିଳା। ଖୋର୍ଦ୍ଧାର ଅନ୍ୟ ୨ ମୃତକଙ୍କ ମଧ୍ୟରେ ୫୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୬୦ ବର୍ଷୀୟ ମହିଳା ଅଛନ୍ତି।

ଯାଜପୁରର ୮୦ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ର ୭୩ ବର୍ଷୀୟ ପୁରୁଷ, କଳାହାଣ୍ଡିର ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Comment